सोमवार, 6 जुलाई 2020

ଖୋଜିବ ତୁମେ ଖୋଜିବ

ହଜିଯିବି ମୁଁ ଯେଦିନ
ଖୋଜିବ ସେଦିନ ମୋତେ ଖୋଜିବ II
ଅସ୍ତ ଯାଉଥିବା ସନ୍ଧ୍ୟାତାରା କୁ
ମୋ ଖବର ପଚାରି ବୁଝିବ,
ପ୍ରତିଛବିକୁ ମୋହର ଛାତିରେ ଚାପି
କାନ୍ଦିବ ତୁମେ କେତେ କାନ୍ଦିବ ll
ଖୋଜିବ ଯଦି କାନନ ଗିରି
ସାଗର ଆକାଶ ମଳୟ ଚିରି
ପାଗଳୀ ଭଳି ଘୁରିବ ll
ରାତି ଅଧରେ ସ୍ବପ୍ନ ଦେଖି
ଯେବେ ଚମକି ଉଠିବ
ତୁମ ଦେହ ସହ ମୋ ଦେହର
ପରଶ ତୁମେ ପାଇବ ll
ଶୁନ୍ୟ ଶର୍ଯ୍ୟା ମିଥ୍ୟା ସପନ
ଦେଖି ମନେ ମନେ ହେଜିବି
ବେଦନାରେ ତୁମେ ଅସ୍ଥିର ହୋଇ
ଖୋଜିବ ତୁମେ ଖୋଜିବ  ll
ଆଶ୍ଵିନ ମଳୟ ଶିଶିର ଛୁଆଁ ରାତ୍ରି
ପୁଣି ଯେବେ ଆସିବ
ରହିଥିବେ ସଭିଏଁ ନଥିବି ମୁହିଁ
ମରଣ ପଥର ଯାତ୍ରୀ ll
ପାଖରେ ଥିବେ ବନ୍ଧୁ ପରିଜନ
ପ୍ରିୟଜନ ଖାଲି ନଥିବ
ଆଖି ତୁମ ଖାଲି ଖୋଜି ବୁଲୁଥିବ
ମନେ ମନେ କେତେ ଖୋଜିବ ଲଲ
ଖୋଜିବ କେତେ ଖୋଜିବ .......

 ବିଦ୍ୟୁତ କୁମାର 

कोई टिप्पणी नहीं:

एक टिप्पणी भेजें